ମୋଦୀଙ୍କ ତୃତୀୟ ପାଳିରେ ଶପଥ ନେଲେ ୩୪ ଜଣ ମନ୍ତ୍ରୀ; ଜାଣନ୍ତୁ ଏନଡିଏ ମେଣ୍ଟରୁ କେଉଁ ଦଳକୁ ମିଳିଲା କେତୋଟି ମନ୍ତ୍ରୀପଦ
ଦେଶରେ ଦ୍ୱିତୀୟ ଥର ପାଇଁ ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଜି ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ।
ବିଜେପି ବ୍ୟତୀତ ଏନଡିଏର ସହଯୋଗୀଦଳମାନେ ୩୪ ମନ୍ତ୍ରୀ ମଧ୍ୟରୁ ୧୨ ଟି ମନ୍ତ୍ରୀପଦ ହାତେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଏନଡିଏ କେଉଁ ସହଯୋଗୀ ଦଳଙ୍କୁ କେତୋଟି ଲେଖାଏଁ ମନ୍ତ୍ରୀପଦ ମିଳିଛି ।

ଏନଡିଏର ମୁଖ୍ୟ ସହଯୋଗୀ ଦଳ ଟିଡିପିକୁ ୨ ଟି କ୍ୟାବିନେଟ୍ ମନ୍ତ୍ରୀ ମିଳିଥିବା ବେଳେ ଅନ୍ୟ ମୁଖ୍ୟ ସହଯୋଗୀ ଦଳ ଜେଡିୟୁକୁ ମଧ୍ୟ ଦୁଇଟି କ୍ୟାବିନେଟ ମନ୍ତ୍ରୀପଦ ମିଳିଛି ।
ସେହଭଳି ଝାଡଖଣ୍ଡର ଏଜେଏସୟୁକୁ ଗୋଟିଏ, ଭିଆଇପି ଗୋଟିଏ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ଗୋଟିଏ, ଏଲଜେପି(ରାମ ବିଳାଶ) ଗୋଟିଏ, ଆପନା ଦଳ (ସୋନେୟାଲାଲ) କୁ ଗୋଟିଏ, ରାଷ୍ଟ୍ରୀୟ ଲୋକଦଳକୁ ଗୋଟିଏ ଓ ଆରପିଆଇକୁ ଗୋଟିଏ ଆସନ ମିଳିଛି ।












Click it and Unblock the Notifications