Get Updates
Get notified of breaking news, exclusive insights, and must-see stories!

ସାଉଦିଆରବରେ ଫସି ରହିଛନ୍ତି ୩୩ ଓଡ଼ିଆ ଶ୍ରମିକ:ଉଦ୍ଧାର ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କ ସହଯୋଗ ଲୋଡିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାଉଦିଆରବରେ ଫସି ରହିଛନ୍ତି ୩୩ ଓଡ଼ିଆ ଶ୍ରମିକ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରି ଓଡ଼ିଶା ପଠାଇବାର ବ୍ୟବସ୍ଥା କରିବା ପାଇଁ ସାଉଦିଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ସହଯୋଗ ଲୋଡିଲେ ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା । ସେ କେନ୍ଦ୍ର ବୈଦେଶିକ ମନ୍ତ୍ରାଣାଳର ଯୁଗ୍ମ ସଚିବଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରିଛନ୍ତି ।

ସୂଚନା ଅନୁସାରେ, ସାଉଦିଆରବରେ ନିଜ ନିଯୁକ୍ତିଦାତାଙ୍କ ଠାରୁ ଠକାମୀର ଶିକାର ହୋଇଥିବା କିଛି ଭାରତୀୟ ସେଠାରେ ଫସି ରହିଛନ୍ତି । ଓଡ଼ିଶାରୁ ୩୩ ଜଣ ଶ୍ରମିକଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ୬ ମାସର ଭିସା ଦେଇ ସାଉଦି ଆରବ ପଠାଇଥିଲା । ଭିସାର ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଆଉ ଧରାଛୁଆଁ ଦେଉନି ।

ଏନେଇ ଶ୍ରମିକଙ୍କର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୩୩ ଓଡ଼ିଆ, ୧୦ ଜଣ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଲୋକ ରହିଛନ୍ତି ବୋଲି ଖବର ରହିଛି । ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଭାରତ ପଠାଇବାର ବ୍ୟବସ୍ଥା କରିବା ପାଇଁ ସାଉଦିଆରବର ରିଆଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ୍ ଖାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ।

odisha_saudi arabia

ସମସ୍ତ ଶ୍ରମିକ ସାଉଦିଆରବର ଜୁୟାମହର କ୍ୟାମ୍ପ-47ରେ ଥିବା ମେସର୍ସ ହାଦି ଅଏଆଇ ହମାମ୍ ଗ୍ରୁପରେ କାର୍ଯ୍ୟ କରୁଥିବା ନେଇ ସୂଚନା ରହିଛି ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଦର୍ଶାଇଛନ୍ତି । ଏହାସହ ସେମାନାଙ୍କୁ ଖାଦ୍ୟ, ପାନୀୟ, ଔଷଧ ଭଳି ମୋଳିକ ସୁବିଧା ମିଳିପାରୁନି । ଏପରିକି ଦରମା ମଧ୍ୟ ଦିଆଯାଉ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ତୁରନ୍ତ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+