ଆଉ ୩୩ ଜୀବନ ନେଲା କରୋନା, ୨୭ ଶହ ଟପିଲା ମୋଟ ମୃତ୍ୟୁ ସଂଖ୍ୟା
ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି।

ଏହି ୩୩ ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନୁଗୋଳ ଜିଲ୍ଲାରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ୩୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କର ଉଚ୍ଚ ରକ୍ତଚାପ, ଡାବେଟିସ୍ ଓ କିଡ୍ନୀ ସମସ୍ୟା ଭଳି ଅନ୍ୟାନ୍ୟ ରୋଗ ମଧ୍ୟ ରହିଥିଲା।
Regret to inform the demise of thirty three numbers of Covid positive patients while under treatment in hospitals.
1.A 18 years old female of Angul district.
2.A 70 years old male of Angul district.
3.A 45 years of male of Angul district.
— H & FW Dept Odisha (@HFWOdisha) May 30, 2021
୧୫ଟି ଜିଲ୍ଲାରୁ ଏହି ୩୩ ମୃତ୍ୟୁ ଖବର ଆସିଥିବା ବେଳେ ଏଥିରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଆଜିକୁ ମିଶାଇ ଲଗାତାର ୪ ଦିନ ହେଲାଣି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ଆସୁଛି। ପୂର୍ବ ତିନିଦିନ ବି ଏଠାରେ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସୂଚନା ଆସିଥିଲା। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି।
4.A 58 years old female of Angul district.
5.A 62 years old male of Angul district who was also suffering from hypertension.
6.A 59 years old male of Boudh district.
7.A 66 years old male of Boudh district.
8.A 52 years old male of Boudh district.
— H & FW Dept Odisha (@HFWOdisha) May 30, 2021
ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।












Click it and Unblock the Notifications