ମୋନ୍ଥା’ ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା

ଆଜି ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ମନ୍ଥା ସମ୍ପର୍କରେ ସୂଚନା ଦେବା ପୂର୍ବରୁ ମନ୍ତ୍ରୀ ସୁରେଶ ପୂଜାରୀ ମହାବାତ୍ୟା କଥା ମନେ ପକାଇଥିଲେ। ମହାବାତ୍ୟା ଏବଂ ମନ୍ଥା ବାତ୍ୟାର ସମାନ ତାରିଖ ଥିବାରୁ ସରକାର ଅଧିକ କ୍ରିୟାଶୀଳ ଥିଲେ । କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଆମେ ବଡ ବିପଦରୁ ମୁକ୍ତି ପାଇଯାଇଛୁ। ସମ୍ଭାବ୍ୟ ବାତ୍ୟା ମନ୍ଥାର ପ୍ରସ୍ତୁତି ଦୃଷ୍ଟିରୁ ସରକାର ସମସ୍ତ ପଦକ୍ଷେପ ଆଗୁଆ ନେଇଥିଲେ। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା ।

suresh pujari

ଭୂସ୍ଖଳନ କୁ ଦୃଷ୍ଟିରେ ରଖି ଲୋକ ଯେମିତି କ୍ଷତିଗ୍ରସ୍ତ ନହୁଅନ୍ତି, ସେଥିପ୍ରତି ମଧ୍ୟ ତୀକ୍ଷ୍ନ ନଜର ରଖାଯାଇଥିଲା । ଆମକୁ 3୧ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ। ମନ୍ଥା ଦ୍ଵାରା ୩୩ ବ୍ଲକ , ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ୩୬୨ ଫ୍ରି କିଚେନରେ ୧୮ ହଜାର ​‌ଲୋକଙ୍କୁ ରନ୍ଧ୍ୟା ଖାଦ୍ୟ ଦିଆଯାଉଛି। 56 ଟି ବ୍ଲକରେ ୫୦ ମିଲିମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୬୧ ଟି ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରାୟ ୧୯ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଥିଲା । ଖୁବ୍ କମ୍ ସମୟ ମଧ୍ୟରେ ପଥର ହଟାଯାଇ ଗଛ କଟାଯାଇ ସଫା ହୋଇଛି। ବହୁ ସ୍ଥାନରେ ଧାନ ଫସଲ ନଷ୍ହୋଟ ହୋଇଛି। ଫସଲ କ୍ଷତିର ଆକଳନ ପାଇଁ ଆସନ୍ତାକାଲିଠାରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବୁ। ସର୍ଭେ ପରେ ଘର ଭାଙ୍ଗିଥିଲେ କ୍ଷତି ପୂରଣ ଦିଆଯିବ। ପ୍ରସ୍ତୁତି ଦୃଷ୍ଟିରୁ ବିଗତ ବିପର୍ଯ୍ୟୟ ଅପେକ୍ଷା ଆମ ସରକାର ଆଉ ପାଦେ ଆଗକୁ ଯାଇ ପାରିଛୁ। ଗୋଟିଏ ବିଲ ହେଉ କି ଗୋଟିଏ ଘର କ୍ଷତି ହୋଇଥିଲେ ବି କ୍ଷତିପୂରଣ ମିଳିବ। ସଠିକ ସର୍ଭେ କରି ଡାଟା ବେଶ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀ ମାନେ ବିଚଳିତ ନ ହେବାକୁ ସରକାର ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+