ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ ; କାଲି ସୁଦ୍ଧା ପହଞ୍ଚିବ: କୃଷ୍ଣ ଚନ୍ଦ୍ର ପାତ୍ର
ରହିବନି ଆଳୁ ସଙ୍କଟ । ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଉତ୍ତରପ୍ରଦେଶ ଆଳୁ । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ ।

ଏ ନେଇ ରିପୋର୍ଟ ଆସିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁ ବେପାରୀ ମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ରଖିଛନ୍ତି । ଯଦି ସେମାନେ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ଵାଭାବିକ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଯେଉଁ ରାଜ୍ୟରେ ଯେଉଁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ଵାରା ଏହିଭଳି ବାତାବରଣ ଉପରେ ଭଟ୍ଟା ପଡୁଛି । ତାଙ୍କର ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ନିଷ୍ପତ୍ତି ଠିକ୍ ହେଲା ନାହିଁ । ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କାରଣ ବେଶୀ ଦିନ ଆଳୁ ରହିଲେ ପଚିଯିବ । ତେଣୁ ମମତା ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର । ଯଦି କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ନେବ ।
ପଶ୍ଚିମଭାଗରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଥାଇ ବି ଓଡ଼ିଶାକୁ ଛାଡ଼ିବାକୁ ମନା କରୁଛନ୍ତି ଦିଦି । ନିଜ ରାଜ୍ୟର ଶୀତଳଭଣ୍ଡାରରେ ମହଜୁଦ ଥିବା ଆଳୁ ନଷ୍ଟ ହେବାକୁ ବସିଲାଣି, ହେଲେ ଓଡ଼ିଶା ସୀମାରେ ଅଟକାଇ ରଖିଛନ୍ତି ଶହ ଶହ ଆଳୁ ବୋଝେଇ ଟ୍ରକ୍।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ଅଜବ ନିଷ୍ପତ୍ତି ଯୋଗୁ ଖପ୍ପା ହୋଇଛନ୍ତି ତାଙ୍କ ରାଜ୍ୟର ବ୍ୟବସାୟୀ। ଏଥିଯୋଗୁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବାରୁ ଦେଇଛନ୍ତି ଧର୍ମଘଟ ଡାକରା।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଳୁ କଟକଣା ଉପରେ ଖପ୍ପା ହୋଇଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ । ପ୍ରତିବାଦରେ ଆସନ୍ତା ମଙ୍ଗଳବାରଠୁ ଧର୍ମଘଟ ଡାକରା ଦେଇଛନ୍ତି । ଶୀତଳ ଭଣ୍ଡାର ମାଲିକ ଏବଂ ହୋଲସେଲ ବ୍ୟବସାୟୀ ଓ ବିଭିନ୍ନ ସଂଗଠନର ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।












Click it and Unblock the Notifications