ରାଜ୍ୟରେ ଆଳୁ ସଂଙ୍କଟ: ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ ଆଳୁ
Odisha News: ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ, ଯାହାକୁ ନେଇ ଚିନ୍ତାରେ ଖାଉଟି । ବଜାରେ ବର୍ତ୍ତମାନ ଆଳୁ କେଜି ୫୦ ଟଙ୍କାରେ ବିକ୍ରି ହେଉଛି ହେଲେ ଏକ ଦିନ ତଳେ ଆଳୁ ଦର ୩୦ ଟଙ୍କା ରହିଥିଲା । ହଠାତ୍ ଆଳୁ ମୂଲ୍ୟ ଏତେ ବୃଦ୍ଧି ପାଇବାର କାରଣ ହେଉଛି ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଛି ଯାଇଛି । ହେଲେ ବର୍ତ୍ତମାନ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆସିଲା ୩ ଶହ ଟ୍ରକ ଆଳୁ ।

ସୂଚନା ଅନୁସାରେ, ଆଜି ସକାଳେ ୪ଟି ଆଳୁ ଟ୍ରକ ପଶ୍ଚିମବଙ୍ଗ ଓ ଗୋଟିଏ ଟ୍ରକ ୟୁପିରୁ ଛତ୍ରବାଜାରକୁ ଆସିଥିଲେ । ସେହିପରି ୩୦୦ ଟ୍ରକ ଆଳୁ ୟୁପିରୁ ଆସିଲା ଆଳୁ ଟ୍ରକ। ତେବେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡି ନଥିଲେ ଫଳରେ ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଅନେକ ଗାଡ଼ି ଠିଆ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ଯାହା ଫଳରେ ଓଡ଼ିଶାରେ ଆଳୁ ସଙ୍କଟ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications