ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ: ମୁଖ୍ୟମନ୍ତ୍ରୀ

ଆହୁରି ୩୦୦ ଅଗ୍ନିଯୋଦ୍ଧା ପଦବି ପୂରଣ କରାଯିବ। ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ‌ହୋଇଛୁ। ଅଗ୍ନିଯୋଧ୍ୟାମାନଙ୍କ ପ୍ରଶିକ୍ଷଣରେ କିଭଳି ଉନ୍ନତ ହୋଇପାରିବ, ସେଥିପାିଁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ଷ୍ଟିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ବ୍ୟାଚର 'ଦୀକ୍ଷାନ୍ତ ସମାରୋହ' ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି।

mohan majhi

ସେ ଆହୁରି କହିଛନ୍ତି ଯେ, ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ସିମୁଲଟେର ପ୍ରତିଷ୍ଠା କରାଯିବ। ରାମଚଣ୍ଡିରେ ଏକ ଦଳ ଦକ୍ଷତା ଏବଂ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ଜାରି ରହିଛି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନିଯୁକ୍ତି ହେବେ ୧୮୪୦ ନୂଆ ଡାକ୍ତର। ଡାକ୍ତରଙ୍କ ସମେତ ୫ ହଜାରରୁ ଅଧିକ ପାରା ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ମିଳିବ ଚାକିରି। ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ସୂଚନା ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+