ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକ୍ ଡ୍ୟାମ୍ ,ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ
Odisha Development Story:ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକ୍ ଡ୍ୟାମ୍ Complete Around 300 Bridge Cum Check Dams In This Financial year .
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍ଡ୍ୟାମ୍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ପ୍ରାୟ ୨ ମାସ ମଧ୍ୟରେ ୪୫ଟି ଚେକ୍ ଡ୍ୟାମ୍ ନିର୍ମାଣ ସରିଛି । ଏହା ମଧ୍ୟରୁ ୩୧ଟି ପୁର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣି କରିଛି । ତେବେ ଚଳିତ ବର୍ଷ ୩ଶହ ଚେକ୍ ଡ୍ୟାମ୍ ତିଆରି କରାଯିବ । ଏହା ଛଡ଼ା ଉଭୟ ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ ହୋଇସାରିଛି । ଯେଉଁ ପୋଲ ତଳେ ଚେକ୍ ଡ୍ୟାମ ତିଆରି ହେବ । ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚେକ୍ଡ୍ୟାମ ନିର୍ମାଣର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications