ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

ସ୍କୁଲରେ ଆତଙ୍କ ଖେଳାଇଲେ ମହୁମାଛି । ମହୁମାଛି ଆକ୍ରମଣରେ ସ୍କୁଲ ଛାତ୍ରଛାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷା ଚାଲିଛି । ଆଜି ବାଲିଗୋରଡ ସ୍ଥିତ ରାମିଆଳ ନଦୀର ସାପୁଆକୁ ଗାଧୋଇବା ପାଇଁ ଆସିଥିବା ବେଳେ ବସରୁ ଓଲ୍ଲାଇବା ବେଳେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା ।

bee attack

୯୦ ଜଣ ଛାତ୍ର ଛାତ୍ରୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ବହୁ ମାଛି ଆକ୍ରମଣ ପାଇଁ ଅନେକ ପିଲା ଏଣେ ତେଣେ ଦୌଡ଼ି ପଳାଇଥିଲେ ।

ଯାହା ଫଳରେ ଅନେକ ପିଲା ମହୁମାଛି ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସ୍କୁଲର ଅଧ୍ଯକ୍ଷ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+