Get Updates
Get notified of breaking news, exclusive insights, and must-see stories!

'ହର ଘର ତ୍ରିରଙ୍ଗା’ ଅଭିଯାନ, ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

Har ghar Tiranga Campaign: 30 lakhs Flags made by Mission Shakti for " Har Ghar Tiranga",'ହର ଘର ତ୍ରିରଙ୍ଗା’ ଅଭିଯାନ, ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ଦେଶରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଚାଲିଛି । ୧୩ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଖାସ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦ ଲକ୍ଷ ଜାତୀୟ ପତାକା ତିଆରି କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।

Mission Shakti

ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ତେବେ ରାଜ୍ୟରେ ୨୨ଟି ଜିଲ୍ଲାର ୫୦୦ ସ୍ବୟଂ ସହାୟକ ଗୋଷ୍ଠୀ ଓଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୈନିକ ପାଖାପାଖି ୩ ଲକ୍ଷ ରୁ ୪ ଲକ୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ତିଆରି ପାଇଁ ଲକ୍ଷ୍ୟ ରଖାଯାଇଥିଲା । ପତାକା ତିଆରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ପ୍ରସ୍ତୁତ କରାଯାଇଥିବା ତ୍ରିରଙ୍ଗା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଉଛି । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ ।

CM 2
CM 2
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+