ପୁରୀ ସମୁଦ୍ରକୂଳର ସିଲ୍‌ ହେବ ୩୦ ବେଆଇନ ହୋଟେଲ; ଜାରି ହେଲା ନୋଟିସ

ସମୁଦ୍ରକୂଳ ନିକଟ ଶିପସରୁବାଲି ମୌଜାରେ ବେଆଇନ ଭାବେ ନିର୍ମିତ ୩୦ ବ୍ୟବସାୟିକ ଅଟ୍ଟାଳିକାରେ ତାଲା ପକାଇବାକୁ ନୋଟିସ ଜାରି କରାଯାଇଛି। ଗୃହ ନିର୍ମାଣ ଅନୁମତି ବିନା ନିର୍ମିତ ଏହିସବୁ କୋଠା ମାଲିକଙ୍କୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) କାରଣ ଦର୍ଶାଅ ନୋଟିସ ଜାରି କରିଛି। ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ବାରମ୍ବାର ନିର୍ଦେଶ ସତ୍ତ୍ବେ ପ୍ରଭାବଶାଳୀ ବ୍ୟକ୍ତିମାନେ ସେଥିପ୍ରତି ଭ୍ରୂକ୍ଷେପ କରୁନାହାନ୍ତି।

beach

ସମୁଦ୍ରଠାରୁ ୫୦୦ ମିଟର ମଧ୍ୟରେ ଏହିସବୁ କୋଠାଗୁଡ଼ିକୁ ଅନଧିକାର ଭାବେ ନିର୍ମାଣ କରାଯାଉଛି। ଓଡ଼ିଶା ଉପକୂଳବର୍ତ୍ତୀ ପରିଚାଳନା ପ୍ରାଧିକରଣଠାରୁ ସେମାନେ ସିଆରଜେଡ୍ କ୍ଲିୟରାନ୍ସ ନେଇନାହାନ୍ତି। ପିକେଡିଏ ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିନାହିଁ। କାହିଁକି ସେସବୁ ବେଆଇନ କୋଠାଗୁଡ଼ିକୁ ତାଲା ପକାନଯିବ ନୋଟିସ ପାଇବାର ସାତ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୋଠା ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। ନଚେତ୍ ସେସବୁ ବେଆଇନ କୋଠାରେ ତାଲା ପକାଯିବ ବୋଲି ପିକେଡିଏ ସଚିବ ମାୟାଧର ବେହେରା କହିଛନ୍ତି।

ପୂର୍ବରୁ ୧୮ କୋଠା ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା। ସୋମବାର ଆଉ ୧୨ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଏସବୁ ସତ୍ତ୍ବେ ସମୁଦ୍ର କୂଳରେ ଏବେ ମଧ୍ୟ ବହୁ ସଂଖ୍ୟକ ବ୍ୟବସାୟିକ କୋଠା ନିର୍ମାଣ ଅନଧିକାର ଭାବେ ଚାଲିଛି। ବହୁ ବଙ୍ଗୀୟ କୋଠା ମାଲିକ ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ ହୋଟେଲ ନିର୍ମାଣ କରୁଛନ୍ତି। ସେସବୁ ଠିକାଦାରମାନେ ବିଭିନ୍ନ ବିଭାଗ ଅଧିକାରୀ ଏବଂ ପୁଲିସ ଉଦ୍ଦେଶ୍ୟରେ ବେଆଇନ ନିର୍ମାଣ ପାଇଁ ଜମି ମାଲିକଙ୍କ ଠାରୁ ପ୍ରଚୁର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ବେଆଇନ ଭାବେ ନିର୍ମିତ ବ୍ୟବସାୟିକ ଅଟ୍ଟାଳିକା ଗୁଡିକୁ ନୂତନ ବିଦ୍ୟୁତ୍ ସଂଯୋଗ ଦେବା ପୂର୍ବରୁ ଦାୟିତ୍ବରେ ଥିବା ଟାଟା ପାୱାର ଅଧିକାରୀ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ତହସିଲଦାରଙ୍କ ଠାରୁ ଆପତ୍ତି ବିହୀନ ପ୍ରମାଣପତ୍ର ମଗାଉ ନାହାନ୍ତି। ଗୃହ ନିର୍ମାଣ ଅନୁମତି ନଥାଇ ଶିପସରୁବାଲି, ବଳିଆପଣ୍ଡା, ଗୌଡ଼ବାଡସାହି, ବାଲିସାହି, ନୋଳିଆସାହି, ମାଟିମଣ୍ଡପସାହି, ଗାନ୍ଧୀଘାଟ, ବାଙ୍କୀ ମୁହାଣ ଏବଂ ଚକ୍ରତୀର୍ଥ ଅଞ୍ଚଳରେ ବର୍ତ୍ତମାନ ବହୁ ସଂଖ୍ୟକ ବେଆଇନ କୋଠା ନିର୍ମାଣ କାର‌୍ୟ୍ୟ ଚାଲିଛି। ଅଧିକାଂଶ ବେଆଇନ ନିର୍ମିତ ବ୍ୟବସାୟିକ କୋଠାର ଆବଶ୍ୟକ ଅନୁସାରେ ଗାଡ଼ି ପାର୍କିଂ, ମଇଳା ପାଣି ବିଶୋଧନ ବ୍ୟବସ୍ଥା କିମ୍ବା ଖୋଲାସ୍ଥାନ ଉପଲବ୍ଧ ନାହିଁ।

ସୂଚନା ଅନୁଯାୟୀ, ଶତାଧିକ ବେଆଇନ ନିର୍ମାଣକାରୀଙ୍କ ତାଲିକା ପିକେଡିଏ ପକ୍ଷରୁ ଓଡ଼ିଶା ଉପକୂଳ ଅଞ୍ଚଳ ପରିଚାଳନା ପ୍ରାଧିକରଣକୁ ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରାଧିକରଣ ଏପର‌୍ୟ୍ୟନ୍ତ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହୋଇନାହିଁ। ପିକେଡିଏ ସଚିବ ଶ୍ରୀ ବେହେରା କହିଛନ୍ତି, ଅନଧିକାର ନିର୍ମାଣ କାର‌୍ୟ୍ୟ ବନ୍ଦ ପାଇଁ କୋଠା ମାଲିକଙ୍କୁ ନିର୍ଦେଶ ଦିଆଯାଇଛି। କେତେକ କୋଠା ମାଲିକ ଏହି ନିର୍ଦେଶ ମାନୁନାହାନ୍ତି। ସେସବୁ ବେଆଇନ ନିର୍ମିତ ବ୍ୟବସାୟିକ ଅଟ୍ଟାଳିକାଗୁଡ଼ିକ ସିଲ୍ କରାଯିବ। ଏହା ପୂର୍ବରୁ କାରଣ ଦର୍ଶାଇବାକୁ ସେମାନଙ୍କୁ ସାତଦିନିଆ ନୋଟିସ ଜାରି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+