୩୦ ଫୁଟ୍ ତଳୁ ହେଉଛି ମାଟି ପରୀକ୍ଷା ; ଖୁବଶୀଘ୍ର ଭୁବନେଶ୍ୱର-କଟକ ଗଡିବ ମେଟ୍ରୋ !

ଭୁବନେଶ୍ୱର : ଚାଲିଛି ମାଟି ପରୀକ୍ଷା । ଗଡିବ ମେଟ୍ରୋ । ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ଲାଗି ମାଟି ପରୀକ୍ଷା ଚାଲିଛି । ୩୦ ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସଂସ୍ଥା 'ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେସନ' ଆରମ୍ଭ କରିଛି ।

ବର୍ତ୍ତମାନ ସୁଦ୍ଧା ୨ରୁ ୩ଟି ସ୍ଥାନରେ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନଠାରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଯାଏଁ ମାଟି ଟେଷ୍ଟ ପକ୍ରିୟା ଆରମ୍ଭ ହୋଉଛି ।

metro

ଏହି ସବୁ ପ୍ରାରମ୍ଭିକ କାମ ସରିବା ପରେ ଏହି ସର୍ଭେ ରିପୋର୍ଟ ଆଧାରରେ ସଂସ୍ଥା ଡିପିଆର ପ୍ରସ୍ତୁତ କରିବ । ଡିପିଆରରେ ରୁଟ୍‌ ମଧ୍ୟ ସ୍ଥିର ହେବ ।

ପାଖାପାଖି ୨୬ କିଲୋମିଟର ଯାଏ ପ୍ରଥମ ପର୍ଯ୍ୟାୟ ମାଟି ପରୀକ୍ଷା କାମ ଆରମ୍ଭ ହେବ। ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରାଯିବ । ୨୪ଟି ସ୍ଥାନରେ ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସେହି ଅଞ୍ଚଳର ମାଟି କେତେ ସକ୍ଷମ ତାହା ନେଇ ବିଶେଷ ଅନୁଧ୍ୟାନ କରାଯିବ ।

ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ମେଟ୍ରୋ ଟ୍ରାକ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ ।

DMRCର ଏକ ଟେକ୍ନିକାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚି ତ୍ରିଶୁଳିଆଠାରୁ ନନ୍ଦନକାନନ ମଧ୍ୟରେ ୪ଟି ସ୍ଥାନରେ ଆରମ୍ଭ କରିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ୧ କିଲୋମିଟର ବ୍ୟବଧାନରେ ସଂଗ୍ରହ ହେଉଛି ମାଟିର ନମୁନା। ରାଜସ୍ଥାନରୁ ଆସିଥିବା ଏହି ଟିମ୍ ସ୍ୱତନ୍ତ୍ର ମେସିନ ଜରିଆରେ ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି ।

ମେଟ୍ରୋ ପ୍ରକଳ୍ପ ପିଲାର ଧରି ରଖିବାରେ ଏହି ମାଟି କେତେ ସମର୍ଥ କି ଅସମର୍ଥ , ତାହା ପରୀକ୍ଷା ହେବ। ସେଥିପାଇଁ ମାଟି ନମୁନା ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଉଛନ୍ତି ।

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ିହେବ ମେଟ୍ରୋ ଲାଇନ । ଭୁବନେଶ୍ୱର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

ମେଟ୍ରୋ ପ୍ରକଳ୍ପ ସଫଳ ହେଲେ ଭୁବନେଶ୍ୱରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ଯାଇ ହେବ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+