ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ

ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ । ପାଟଣା ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ୩ ଧାରିଆ ନିକଟରେ ହାତୀ ଗୁଡ଼ିକୁ ନଦୀ ମଧ୍ୟରେ ଅଟକି ରହିଛନ୍ତି । ହାତୀପଲଙ୍କୁ ଦେଖିବାକୁ ଉଭୟ ପାର୍ଶ୍ୱରେ ଲୋକ ଜମା ହୋଇ ରହିଥିବା ବେଳେ ଭିଡ଼ ଯୋଗୁ ହାତୀପଲ ଯାଇପାରୁନାହାଁନ୍ତି । ହାତୀପଲ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ ।

elephants

ସୂଚନା ଥାଉକି, ବୈତରଣୀ ନଦୀ ପାର ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ୩୦ ହାତୀପଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ତୁରୁମୁଙ୍ଗା ନିକଟ ୩ ଧାରିଆ ନିକଟରେ ହାତୀପଲ ନଦୀପାର ହୋଇ ଯାଉଥିବା ସମୟରେ ଶୁକ୍ରବାର ରାତି ଠାରୁ ଟାପୁରେ ଅଟକି ରହିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଡୁମୁରିଗୁଡା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା ପଟକୁ ଯାଉଥିବା ସମୟରେ ନଦୀ ମଝିରେ ଥିବା ଏକ ଟାପୁରେ ଅଟକି ରହିଛନ୍ତି ।

ସେପଟେ ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଯୋଗୁଁ ହାତୀପଲ ଅଟକି ରହିଥିବା ଦେଖିବାକୁ ମିଳିଛି। ବନ ବିଭାଗ ହାତୀପଲ ଙ୍କ ଗତିବିଧି ଉପରେ କଡା ନଜର ରଖିଛି। ଏମିତିକି ୭ ଘଣ୍ଟା ଧରି ଭୋକ ଉପାସରେ ରହିଥିବା ହାତୀପଲଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛି ବନ ବିଭାଗ । ହାତୀଙ୍କୁ ବରଡାଳ ସହ ବୋଇତାଳୁ ଓ କଦଳୀ ଦିଆଯାଉଛି । ​​​​​​​

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+