ଛତ୍ରପୁର ଜାତୀୟ ରାଜପଥ ନିକଟରେ ଜଳିଗଲା ୩୦ ଇଲେକ୍ଟ୍ରି ସ୍କୁଟି

ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୩୦ ଇଲେକ୍ଟ୍ରିକ୍ ସ୍କୁଟି ଜଳିଯାଇଛି ।

electric scooties

ସୂଚନା ମୁତାବକ, କଣ୍ଟେନରଟି ସ୍କୁଟି ବୋଝେଇ କରି ଦିଲ୍ଲୀ ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ସମପେଣ୍ଠାକୁ ଯାଉଥିଲା । ଏହି ସମୟରେ ବାଇପାସରେ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା । ହଠାତ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ଭିତରେ ସମସ୍ତ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା । ପ୍ରାୟ ୧ ଘଣ୍ଟା ପରେ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ ତେବେ କଣ୍ଟେନର ଭିତରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+