ମୋରମ ଖୋଳିବା ବେଳେ ଅଘଟଣ, ଅତଡା ଧସି ୩ ମହିଳା ମୃତ

କୋଲାବ ଡ୍ୟାମ୍‌ କୂଳରେ ୩ ଜଣ ମହିଳା ମୋରମ ଖୋଲୁଥିବା ବେଳେ ମାଟି ଅତଡ଼ା ଧସି ଚାପି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା।

landslide in Koraput

ଏହା ତଳେ ଚାପି ହୋଇଯାଇଥିଲେ ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ବର୍ତ୍ତମାନ ଘଟଣାସ୍ଥଳରେ କୋରାପୁଟ ସଦର ଥାନା ପୋଲିସ ଓ କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+