ଆଜି ୩ ରଥ ନେବେ ଉତ୍ତର ମୋଡ଼, ରାତି ୭ରୁ ଦର୍ଶନ ବନ୍ଦ

ପୁରୀ: ରଥ ଯାତ୍ରା ପାଇଁ ପୁରା ପ୍ରସ୍ତୁତ । ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରୁ ରଥଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥରେ ଏହି ଆଜ୍ଞାମାଳ ଲାଗି ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ବିଜେ କରିବେ ତିନି ରଥ।

rath jatra

ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼(ଉତ୍ତର ଦିଗକୁ ମୁହଁ କରି) ଦେବେ। ପରଦିନ ଅର୍ଥାତ୍‌ ଜୁଲାଇ ୭ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଶନିବାର ରାତିରୁ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ ରାତି ପ୍ରାୟ ୭ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶନିବାର ଭୋର୍‌ ସାଢ଼େ ୪ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ‌ଗୋପାଳବଲ୍ଲଭ ଓ ସକାଳଧୂପ ପରେ ସକାଳ ୮ଟା ୪୫ରେ ପଟିଦିଅଁଙ୍କଠାରୁ ରଥ ଆଜ୍ଞାମାଳ ବିଜେ କରିବ। ୭ଟା ୧୫ରୁ ସାଢ଼େ ୯ଟା ଭିତରେ ଭୋଗମଣ୍ଡପ ନୀତି ଶେଷ ପରେ ମଇଲମ-ବେଶ, ମଧ୍ୟାହ୍ନଧୂପ, ଦ୍ବିତୀୟ ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ। ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ସନ୍ଧ୍ୟାଧୂପ ଶେଷ ପରେ ଅପରାହ୍ଣ ୫ଟାରେ ଧ୍ବଜା ଆଜ୍ଞାମାଳ ବିଜେ କରିବ।

୫ଟା ୧୦ରେ ଅଙ୍କୁରାରୋପଣ, ୪ଟାରୁ ୫ଟା ଭିତରେ ତୃତୀୟ ଭୋଗମଣ୍ଡପ (ଆବଶ୍ୟକ ହେଲେ) ପରେ ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ‌ଭୋଗ ପରେ ରାତି ୭ଟାରେ ପହୁଡ଼ ଆଳତି ହେବ। ପରେ ରାତି ସାଢ଼େ ୭ଟାରେ ଜୟବିଜୟ ଦ୍ବାର ବନ୍ଦ ହୋଇ ବେହରଣ ଦ୍ବାର ଖୋଲିବା ପରେ ରାତି ୧୦ରେ ଚକା ଅପସର, ସାଢ଼େ ୧୦ଟାରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଆଦି ନୀତି ଅନୁଷ୍ଠିତ ହେବ। ରାତି ୧୧ଟାରୁ କୁସୁମି ଲାଗି ଆରମ୍ଭ ହେବ। କୁସୁମି ଲାଗି ଶେଷ ପରେ ରାତି ୨ଟାରୁ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ଆରମ୍ଭ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+