ନଦୀରେ ବୁଡ଼ି ୩ ଛାତ୍ର ମୃତ, ଜଣେ ଗୁରୁତର

ଭଦ୍ରକ: ପୁଣି ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ସାତଭଉଣୀ ନିକଟ ଲାଙ୍ଗୁଡି଼ ଅଞ୍ଚଳରେ ଘଟିଛି ଅଘଟଣ । ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ନେଇ ସୂଚନା ରହିଛି । ସମସ୍ତ ଛାତ୍ର ଚରମ୍ପା କଲେଜର ହୋଇଥିବା ନେଇ ସୂଚନା ରହିଛି ।
ଆଜି ୪ ଜଣ ସାଙ୍ଗ ଲାଙ୍ଗୁଡ଼ି ନାଳିଆ ନଦୀରେ ଗଧୋଇ ଯାଇଥି ବେଳେ ଅଘଟଣ ଘଟିଥିଲା । ନଦୀରେ ବୁ଼ଡି଼ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଯେଉଁଠି ୩ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପକ୍ଷରେ ଜଣେ ଛାତ୍ର ସୁସ୍ଥ ଅଛନ୍ତି । ତାଙ୍କୁ ବର୍ତ୍ତମାନ ଡିସଚାର୍ଜ କରି ଦିଆଯାଇଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications