୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଗୃହମନ୍ତ୍ରୀ ଦକ୍ଷତା ପଦକ
ଭୁବନେଶ୍ବର: କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ । ଅପରାଧ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ।ଗଜପତିର ପୋଲିସ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଏହି ପୁରସ୍କାର ପାଇବେ।

ସେହିପରି ଗଞ୍ଜାମ ଜିଲ୍ଲାର ରାଜେନ୍ଦ୍ର ନଗର ପଟ୍ଟନାୟକ ଓ ମାଲକାନାଗିରିର ରିଗନ କୁଣ୍ଡୁ ଏହି ପୁରସ୍କାର ପାଇବେ। ଏ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି। ଟ୍ବିଟ କରି ୩ ପୋଲିସ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି।












Click it and Unblock the Notifications