ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୩ ଖେଳାଳିଙ୍କ ଜୀବନ

କୋଇଡ଼ା: ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ଆଜି ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେବା ପରେ ଚାପି ଦେଇଥିଲା । ଫଳରେ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।

ସୁଚନାନୁସାରେ ତୋଡା ଗ୍ରାମର କେତେଜଣ ଯୁବକ ସ୍ଥାନୀୟ ପଡିଆକୁ ଫୁଟବଲ ଖେଳିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଯୁବକ ଫୁଟବଲ ଖେଳି ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ବାଇକ୍ ଆରୋହୀମାନଙ୍କୁ ୫୨୦ ନମ୍ବର ଜାତୀୟ ପଥର କୋଇଡା ଥାନା ତୋଡା ବସ୍ତି ବେଞ୍ଜାଢ଼ି ବ୍ରିଜ ନିକଟରେ ଆଜି ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା ।

accident

ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତଦେହଗୁଡ଼ିକ ରାସ୍ତାରେ ପଡ଼ିଥିଲା । ରାସ୍ତାରେ ଯାତାୟତ କରୁଥିବା ଲୋକେ ପୁଲିସକୁ ଖବର ଦେଇଥିଲେ।। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ୩ଟି ମୃତଦେହ ଉଦ୍ଧାର କରିଛି । ପୋଷ୍ଟମର୍ଟମ ପାଇଁ ପଠାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+