ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ
ବିଦ୍ୟୁତ ଆଘାତରେ ପରିବାରର ୩ ମୃତ
ବୌଦ୍ଧ: ହରଭଙ୍ଗା ଥାନା ଜବଲପୁର ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ପରିବାରର ୩ ମୃତ । ଘଟଣା ସ୍ଥଳରେ ମା, ପୁଅ, ଦିଅରଙ୍କ ମୃତ୍ୟୁ । ଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆଲିଥିଲେ ମହିଳା । ବଞ୍ଚାଇବା ପାଇଁ ଯାଇ ଘଟଣାସ୍ଥଳରେ ପୁଅ ଓ ଦିଅରଙ୍କ ମୃତ୍ୟୁ । ମୃତକମାନେ ହେଲେ ସୁକାନ୍ତି ବେହେରା, ପୁଅ ସୋହନ ବେହେପା ଓ ଦିଅର ସୁଶୀଲ ବେହେରା ।

ସୂଚନା ଅନୁସାରେ, ଆଜି ସକାଳେ ସୁକାନ୍ତି ନିଜ ଘର ଅଗଣାରେ ଲୁଗା ଶୁଖାଇଥିବା ବେଳେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସୁକାନ୍ତିଙ୍କୁ ବଞ୍ଚାଇବାକୁ ଯାଇ ଦିଅର ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପୁଅ ସୋହମ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରେ ବିଦ୍ୟୁତ କାଟି ତିନି ଜଣଙ୍କୁଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications