ଏନକାଉଣ୍ଟରରେ ୩ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲାରେ ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟ । ଘାଘରା ଥାନା ସେହଲ ଲଭଡାଗ ଗାଁରେ ଏହି ଏନକାଉଣ୍ଟର ହୋଇଛି । ତେବେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି । ସମସ୍ତ ତିନି ଉଗ୍ରବାଦୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛି । ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛି।

Naxals

ପୋଲିସ କହିଛି ଯେ ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଦୀପକ ଲୋହାର ବୋଲି ଜଣାପଡ଼ିଛି l ଉଗ୍ରବାଦୀମାନଙ୍କୁ ଏବେ ବି ଚିହ୍ନଟ କରାଯାଉଛି । ଗୁମଲା ପୋଲିସ ଗୁପ୍ତ ସୂଚନା ପାଇଥିଲା ଯେ ଘାଘରାର ସେହଲ ଗାଁରେ ଜେଜେଏମପି ଉଗ୍ରବାଦୀମାନେ ବଡ଼ ବିସ୍ପୋରଣ ଘଟାଇବାକୁ ଏକାଠି ହେଉଛନ୍ତି । ଏହି ସୂଚନା ଆଧାରରେ, ପୋଲିସ ଦଳ ଗଠନ କରାଯାଇଥିଲା । ପୋଲିସ ଉଗ୍ରବାଦୀମାନଙ୍କୁ ଘେରିଯିବା ପାଇଁ ଜଙ୍ଗଲରେ ପ୍ରବେଶ କରିଥିଲା ।

ପୋଲିସ ସେହଲ ଗ୍ରାମ ନିକଟରେ ଉଗ୍ରବାଦୀଙ୍କ ଆଡ୍ଡା ଆଡ଼କୁ ଯିବା ମାତ୍ରେ ଉଗ୍ରବାଦୀମାନେ ଜଙ୍ଗଲରେ ପୋଲିସ ଉପରେ ଗୁଳିଚାଳନା ଆରମ୍ଭ କରିଥିଲେ । ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ପାଲଟା ଜବାବରେ, ଘଟଣାସ୍ଥଳରେ ତିନି ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+