କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୩ ଆଇପିଏସ୍‌ ଅଧିକାରୀ, କାହା କାହା ନାମ ସାମିଲ ?

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୩ ଆଇପିଏସ୍‌ ଅଧିକାରୀ । ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର, ରାଜେଶ କୁମାର। ନିକଟରେ ଆଶିଷ ସିଂ ଓ ଡି.ଏସ୍ କୁଟ୍ଟେ ଡେପୁଟେସନରେ ଯାଇଛନ୍ତି।

ବିଏସ୍‌ଏଫ୍‌ ଆଇଜି ଭାବେ କୁଟ୍ଟେ ଡେପୁଟେଶନରେ ଯିବେ। ଏବେ ସେ ଗୃହ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱରେ ଅଛନ୍ତି। ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସ୍‌ଏଫ୍‌ ଆଇଜି ଭାବେ ଡି.ଏସ୍‌. କୁଟ୍ଟେ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି।

3 more IPS officers

ଶନିବାର ଆଶିଷ ସିଂ ଆଇଟିବିପି ଆଇଜି ଭାବେ ବଦଳି ହୋଇଥିଲେ। ସୂଚନାଯୋଗ୍ୟ, ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେ ଏବଂ ଆଶିଷ ସିଂ ଗତ ସରକାର ସମୟରେ ବହୁ କ୍ଷମତାଶାଳୀ ହୋଇରହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୋଧରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେଙ୍କୁ ଗତ ଅଗଷ୍ଟ ୨୧ରେ ଓ ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କୁ ଗତ ଅଗଷ୍ଟ ୬ରେ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ରାଜ୍ୟର ଦୁଇ ଆଇଏଏସ୍‌ ଅଫିସର ଏନ. ଥିରୁମାଳା ନାଏକ ଯିଏକି ତତ୍କାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରାଣା ସେତେବେଳେ ଲିଖିତ ଭାବେ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+