ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍
ପ୍ରଥମେ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ପୁଣି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।
ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ପ୍ରଥମେ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ପୁଣି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି। ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଗକୁ ଅଧିକ ବର୍ଷା ହେବାର ସମ୍ଭାବାନ ଥିବାରୁ ଜଳ ଭଣ୍ଡାରରେ ଅଧିକ ପରିମାଣର ଜଳ ପ୍ରବେଶ କରିବ।
ରୁଲ କର୍ଭ ଅନୁସାରେ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରା ଯାଇଥାଏ। ଯେହେତୁ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି ସେଥି ପାଇଁ ଅଧିକ ଜଳ ନିଷ୍କାସନ କରାଯିବାର ସମ୍ଭାବାନା ଅଛି। ଜଳ ଭଣ୍ଡାରରୁ ଅଧିକ ଜଳ ନିଷ୍କସନ ହେଲେ ଯେମିତି ସମ୍ବଲପୁର ସହରରେ ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟ ନ ହେବ ସେଥି ପାଇଁ ସଜାଗ ରହିଛି ପ୍ରଶାସନ। ହୀରାକୁଦ ଜଳ ଭଣ୍ଡାରରୁ ଅଧିକ ସ୍ଲୁଇସ ଗେଟ ଖୋଲା ଗଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥାଏ। ଯଦି ଏହି ସମୟରେ ସମ୍ବଲପୁରରେ ବର୍ଷା ହୁଏ ସହରର ଜଳ ନିଷ୍କାସନ ନହେଲେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଏଥି ପାଇଁ ସହରରେ ଥିବା ପମ୍ପିଙ୍ଗ ଷ୍ଟେସନଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରୁ ଜଳ ନିସ୍କାସନ ପାଇଁ ମଟର ପମ୍ପର ପ୍ରସ୍ତୁତ ରଖାଯିବା ସହ ଟିମକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।












Click it and Unblock the Notifications