ଭୋଜି କରିବାକୁ ଆସି ନଦୀରେ ବୁଡ଼ିଗଲେ ୩ ନାବାଳକ
ଭୋଜି କରିବା ପାଇଁ ଆସି ନଦୀରେ ଭସିଗଲେ ୩ ନାବାଳକ । ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି ଏହି ୩ ନାବାଳକ ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ଏହି ତିନି ନାବାଳକଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ୧୨ ଓ ୧୦ ବର୍ଷ ହୋଇଥିବା ଜଣାପଡ଼ିଛି। ସେମାନେ ସମସ୍ତେ ସୁନ୍ଦରଗଡ଼ର ରିଜେଣ୍ଟ ମାର୍କେଟ ଅଞ୍ଚଳର ବାସିନ୍ଦା।
ଆଜି ନିଜ ପରିବାର ଲୋକଙ୍କ ସହିତ ସେମିନାକୁ ଭୋଜି କରିବାକୁ ଆସିଥିଲେ ଏହି ତିନି ନାବାଳକ। ଭୋଜି ଖାଇ ସାରିବା ପରେ ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ସେମିନାରେ ଇବ୍ ନଦୀରେ ଚୋରା ବାଲି ଥିବାରୁ ସେମାନେ ସେଥିରେ ଫସି ଆଉ ବାହାରି ପାରି ନଥିଲେ ବୋଲି କୁହାଯାଉଛି।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ କାହାକୁ ଠାବ କରିପାରି ନଥିଲା।












Click it and Unblock the Notifications