ନଦୀରେ ବୁଡ଼ି ଗୋଟାଏ ପରିବାରର ତିନି ନାବାଳକ ମୃତ
ପୁଣି ନଦୀରେ ବୁଡି ତିନି ମୃତ । ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ । ମୃତକ ନାବାଳକ ସମସ୍ତେ ଗୋଟିଏ ପରିବାରର । ମୃତକ ମାନେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା, ରୋହନ ବେହେରା, କାହ୍ନା ବେହେରା ।

ଦେବୀ ନଦୀରେ ଗାଧୋଇବା ବେଳେ ବୁଡି ଯାଇଥିଲେ ୩ ନାବାଳକ । ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକ ନଦୀରେ ଯାଇ ଖୋଜିଲା ବେଳେ ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ ।
ପରିବାର ଲୋକେ ତାକୁ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଦେଇଥିଲେ । ସେମାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।












Click it and Unblock the Notifications