ପାଣିରେ ବୁଡ଼ି ୩ ନାବାଳକ ମୃତ
ପାଣିରେ ବୁଡ଼ି ୩ ନାବାଳକ ମୃତ
Drowning Death: ପାଣିରେ ବୁଡ଼ି ୩ ନାବାଳକ ମୃତ । ପୋଖରୀକୁ ଗାଧୋଇ ଯାଇଥିବାବେଳେ ଘଟିଥିଲା ଅଘଟଣ । ଗାଁ ଲୋକେ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଥିଲେ ଯେଉଁଠି ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗରରେ । ଯେଉଁଠି ଆଜି ନିଜ ସାଙ୍ଗଙ୍କ ସହ ଏକାଠି ହୋଇ ତିନି ନାବାଳକ ଗାଁ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ୩ ଜଣ ନାବାଳକ ବୁଡି ଯାଇଥିଲେ । ପିଲାମାନଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରଥମେ ଗୁପ୍ତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣାର ଯାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications