Get Updates
Get notified of breaking news, exclusive insights, and must-see stories!

କେନ୍ଦୁଝର ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Accident News: କେନ୍ଦୁଝର ସଡ଼କ ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆର୍ଥିକ ସହାୟତା ସହ ପରିବାର ବର୍ଗକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ଆଜି ସକାଳେ ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏକ ଟ୍ରକ ଧକ୍କାରେ ବାପା, ମାଆ ସହ ପୁଅର ମୃତ୍ୟୁ ଘଟିଥିଲା ।

mohan charan majhi

ସୂଚନା ଅନୁସାରେ, ହୋଲିରେ କେନ୍ଦୁଝର ଯୋଡ଼ାରେ ଝିଅ ଘରକୁ ଯିବା ବେଳେ ଗାଡ଼ି ଧକ୍କାରେ ବାପା, ମାଆ ଏବଂ ପୁଅର ମୃତ୍ୟୁ ହୋଇଥିଲା । ଐବନ ପ୍ରଧାନ, ପତ୍ନୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ବାଇକରେ ଝିଅ ଘରକୁ ଯିବା ବେଳେ ଜାତୀୟ ରାଜପଥ ୨୦ ଦୋଳିତା ଛକ ନିକଟରେ ଝିଅ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ବାଇକୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+