For Quick Alerts
Turn On Notification  
For Daily Alerts
Oneindia App Download

ଆଜି ଓଡିଶାରେ ପହଞ୍ଚିବ ୩ ଲକ୍ଷ ୪୯ ହଜାର ଟିକା, ଅଧିକ ଟିକା ପାଇଁ ଦାବି

ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ ତେବେ ଆଗକୁ ଟିକା କରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି ।

|

ଭୁବନେଶ୍ୱର: ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ ତେବେ ଆଗକୁ ଟିକା କରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

corona vaccine

ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲଡ଼ ଟିକା ମହଜୁଦ ଅଛି । କାଲି ୨ ଲକ୍ଷ ୬୩ ହଜାର ୪୧ ଟିକାକରଣ ହୋଇଛି । ୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ହିଟୱେଭ ପାଇଁ ଆମେ ଟିକାକରଣର ସମୟ ପରିବର୍ତ୍ତନ କରିଛୁ । ସେକେଣ୍ଡ ୱେଭ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଆଶ୍ୱସ୍ତିକର କଥା ମୃତ୍ୟୁହାର ନାହିଁ । ଲୋକେ ସଚେତନ ହୋଇ ଗାଇଡଲାଇନ ପାଳନ କରନ୍ତୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ୍ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ, ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବା ଭଲ । ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଆରଟି-ପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ କୁହାଯାଇଛି । ରାଜ୍ୟରେ ମେଡିସିନ୍ ଓ ବେଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
3 lakh corona vaccines will reach in odisha today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X