ପିକଅପ୍ ଭ୍ୟାନ୍ ବସ୍ ମୁହାଁମୁହିଁ ଧକ୍କା :୩ ମୃତ
Accident News: ପିକଅପ୍ ଭ୍ୟାନ୍ ଏବଂ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ୫ ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ପ୍ରାୟ ଦିନ ୧୧ଟା ସମୟରେ ବସଟି ଯାତ୍ରୀମାନଙ୍କୁ ନେଇ ବ୍ରହ୍ମପୁରରୁ ସୋରଡ଼ା ଅଭିମୁଖେ ଯାଉଥିବା ବେଳେ ଆସିକା ଅଭିମୁଖେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ବସ୍ ଧକ୍କାରେ ପିକଅପ ଭ୍ୟାନରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications