ମଳଦ୍ୱାରରେ ଦୁବାଇରୁ ଭାରତ ଆଣିଲେ ୩ କିଲୋ ସୁନା, ଭୁବନେଶ୍ୱର ବିମାନ ବନ୍ଦରରେ ଉଦ୍ଧାର
ସୁନା ଆଣିବାର ନୂଆ ଉପାୟ । ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଏମିତି କିଛି ଘଟଣା ଭୁବନେଶ୍ୱର ବିମାନ ବନ୍ଦରରେ ଘଟିଛି । ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୩ କେଜିରୁ ଅଧିକ ସୂଚନା ମିଳିଛି । ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ଦୁବାଇରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ମୋଟ ୩ କେଜି ୭୭ ଗ୍ରାମର ତରଳ ସୁନା ଜବତ ହୋଇଛି। ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା ବେଳେ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି।

ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ।
ସେମାନେ ୬ ତାରିଖରେ ଏଠାକୁ ଆସିଥିଲେ। ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିଲେ।
ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି। କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି। ଏହାର ବଜାର ମୂଲ୍ୟ ୨.୭୯ କୋଟି ହେବ।
ମିଳିଥିବା ତରଳ ସୁନାକୁ ଜବତ କରାଯାଇଛି ଓ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। କଷ୍ଟମ ଆକ୍ଟ ୧୯୬୨ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।












Click it and Unblock the Notifications