ଗଞ୍ଜେଇ ଚାଲାଣ ମାମଲାରେ ୩ IRB ଯବାନ ବହିଷ୍କୃତ

ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ ।

IRB

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧିକୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନର ଏକ ପ୍ଲାଟୁନକୁ ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ କରାଯାଇଥିଲା । ତେବେ ଗତ ୨୫ ତାରିଖରେ ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାବିଲଦାର କୁନାର ସିଂହ ତାଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିଲା । ପରବର୍ତ୍ତୀ ସମୟରେ ଏମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଶନିବାର ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।

ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମାମଲାରେ ସଂପୃକ୍ତ ହୋଇ ବହୁ କର୍ମଚାରୀ ଜେଲ୍ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାନଙ୍କ ଗଞ୍ଜେଇ ନିଶା ଛାଡୁନାହିଁ । ଯାହାଦ୍ୱାରା କିଛି ପୋଲିସ କର୍ମଚାରୀଙ୍କ ପାଇଁ ସମଗ୍ର ବିଭାଗ ବଦନାମ୍ ହେଉଥିବା ବେଳେ ଅଭିଯୁକ୍ତଙ୍କ ପ୍ରତି ଏଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+