ପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ୩ ଆହତ, ଉଦ୍ଧାର କାର୍ଯ୍ୟ ଆରମ୍ଭ
ପୁଣି ପୁରୀରେ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଭୁଶୁଡ଼ିଲା ପୁରୀ ରେଳଷ୍ଟେସନ୍ରେ ନବନିର୍ମିତ ଛାତ । ନୂଆ ଛାତ ପଡୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା । ଫଳରେ କାମ କରୁଥିବା ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ । ପୁରୀ ଷ୍ଟେସନ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି । ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା ।
ସୂଚନା ଅନୁସାରେ, ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡି ପଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।












Click it and Unblock the Notifications