Get Updates
Get notified of breaking news, exclusive insights, and must-see stories!

କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ

କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି ।

ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ । ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ । ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

suspended
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+