ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ୩ ମୃତ, ଏକାଧିକ ଆହତ

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ବିଶ୍ରାମଗାର ଭିତରକୁ ମାଡ଼ିଯିବାରୁ ୩ ମୃତ, ଏକାଧିକ ଆହତ

ଯାଜପୁର: ଯାଜପୁର ଜିଲ୍ଲା କୋରେଇରେ ଭୟଙ୍କର ମର୍ମନ୍ତୁଦ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ୍ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ୩ରୁ ୪ଟି ବଗି ଷ୍ଟେସନ୍ ଭିତରକୁ ମାଡ଼ିଯାଇ ଓଲଟି ପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Odisha train accident

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ ଟା ୪୪ ମିନିଟରେ ଏକ ମାଲବାହୀ ଟ୍ରେନ୍ ଭାରସ୍ୟାମ ହରାଇ ଯାଜପୁର କୋରେଇ ଷ୍ଟେସନରେ ପଶିଯାଇଥିଲା । ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ୧୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଏହି ବଗି ଗୁଡିକ ମଧ୍ୟରୁ ପ୍ରାୟ ୩ରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡି ଯାଇଥିଲା । ସେହି ସମୟରେ ବହୁ ଲୋକ ସେଠି ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିଲେ । ଟ୍ରେନଟି ମାଡ଼ି ଆସୁଥିବାର ଦେଖି ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଘଟଣା ସ୍ଥଳରେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଯାଇଛି ।

ସେପଟେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବି କରାଯାଉଛି । ଟ୍ରେନ୍ ବଗି ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ବିଳମ୍ବ ହେଲେ ମୃତ୍ୟୁ ସଂଖ୍ୟା ବଢିପାରେ । ବର୍ତ୍ତମାନ ରିଲିଫ୍ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ରୋଡ୍ DRM ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ନେଇ ସୂଚନା ରହିଛି ।

ରେଳବାଇର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରେନଟି ଭଦ୍ରକରୁ ଛତ୍ରପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ୬ଟା ୪୦ ମିନିଟରେ ରେଳ ଦୁର୍ଘଟଣା ଘଟିଛି । ଏବେବି ୬ଟି ବଗି ଷ୍ଟେସନ ପାର୍ ହୋଇଥିବା ଅବସ୍ଥାରେ ପଡିରହିଛି । ୮ଟି ବଗି ଷ୍ଟେସନ୍ ଭିତରକୁ ମାଡିଯାଇ ଓଲିଟି ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+