ପିଚୁ ଗାଡ଼ିକୁ ଚାପିଦେଲା ହାଇୱା, ୩ ମୃତ
Accident News: ପିଚୁ ଗାଡ଼ିକୁ ଚାପିଦେଲା ଏକ ହାଇୱା ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ଏପରି ଘଟଣା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଘଟିଛି । ତେବେ ଠିତା ସଂସ୍ଥାର ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି ।

ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଟାୟାର ଜାଣି ରାସ୍ତା ରୋକ କରାଯାଇଥିବା ନେଇ ସୂଚନା ରହିଛି । ଯେଉଁଥି ପାଇଁ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତ ନେଇ ବାଧାପ୍ରାପ୍ତ ସୃଷ୍ଟି ହୋଇଛି ।












Click it and Unblock the Notifications