ପଟ୍ଟାମୁଣ୍ତାଇ କେନାଲରେ ୩ ଜଣ ନିଖୋଜ ମାମଲା: ୩ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ତାଇ କେନାଲରେ ୩ ଜଣ ନିଖୋଜ ମାମଲା: ୩ ମୃତଦେହ ଉଦ୍ଧାର

କଟକ: ପଟ୍ଟାମୁଣ୍ତାଇ କେନାଲରେ ୩ ଜଣ ନିଖୋଜ ମାମଲା । ଏହି ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ୪ ଜଣ ଭାସି
ଯାଇଥିଲେ, ଜଣକୁ ଉଦ୍ଧାର କରାଯାଇଥିଲା । ମୃତକ ହେଲେ ତ୍ରିଲୋଚନ ମହଲା, ବାଦଲ ସାହୁ, ନିଲୁ ,ସାହୁ । ତ୍ରିଲୋଚନ ମହଲାଙ୍କ ଘର ଚାଉଳିଆ ଗଞ୍ଜରେ ହୋଇଥିବା
ବେଳେ ବାଦଲଙ୍କର ଘର ଚୌଦ୍ୱାର ଅଞ୍ଚଳରେ, ହୋଇଥିବା ବେଳେ ନିଲୁ ସାହୁଙ୍କ ଘର କେଉଁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

pattamundai.drowning

ସୂଚନା ଅନୁସାରେ , ଚୌଦ୍ୱାର ଲକ୍ଷ୍ମୀପୂଜା ଭସାଣୀ ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନ ମହଲା ନେଇ ମାଉସୀଙ୍କ ଘରକୁ ଯାଇଥିଲେ । ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିବା ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ । ଯୁବକଙ୍କୁ ଉଦ୍ଧାର କରିବାକୁ ପାଇଁ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ । ଉପସ୍ଥିତ ଲୋକେ ଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ଆଜି ତିନି ଜଣଙ୍କ ମୃତ ଦେହ ଉଦ୍ଧାର
କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+