ବଜ୍ରପାତରେ ଦମ୍ପତିଙ୍କ ସମେତ ୩ ମୃତ
ଭୁବନେଶ୍ବର: ପୁଣି ବଜ୍ରପାତରେ ଚାଲିଗଲା ୩ଜଣଙ୍କ ଜୀବନ। ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୩ଜଣଙ୍କ ଜୀବନ ଯାଇଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି ବଜ୍ରପାତରେ ଦମ୍ପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଅନ୍ୟ ଜଣେ ଚାଷୀ ମେଡ଼ିକାଲ୍ରେ ବେଡ୍ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ପତ୍ନୀ ସାକର ମୁର୍ମୁ ବିଲକୁ କାମ କରିବା ପାଇଁ ଯାଇଥିଲେ। ଅପରାହ୍ନରେ ବିଲରେ ତଳି ରୋଇଲା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଆଉ ତା'ପରେ ସେହି ବିଲ୍ରେ ସଜ୍ଞ ହରାଇ ପଡ଼ି ଯାଇଥିଲେ ଦମ୍ପତି। ତେବେ ଆଖପାଖ ବିଲ୍ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications