ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀକରଣ ଉପରେ ୩ ଦିନିଆ ଜାତୀୟ କର୍ମଶାଳା

ଓଡ଼ିଶା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମି ଏବଂ ଏଠାରେ ନାରୀ ନେତୃତ୍ୱକୁ ସମ୍ମାନ ଦେବା ସହ ଗଣତନ୍ତ୍ରର ପ୍ରଚଳନ ପ୍ରାଚୀନ କାଳରୁ ହୋଇଆସୁଛି । ଏଥି ପାଇଁ ଆମେ ଗର୍ବିତ:କେନ୍ଦ୍ର ମନ୍ତ୍ରୀ

Dharmendra pradhan

ଭୁବନେଶ୍ୱର: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡ଼ିଶା ସରକାରଙ୍କ ମିଳିତ ସହ ଭାଗୀତାରେ ଆଜିଠାରୁ ଭୁବନେଶ୍ୱର ସ୍ଥିତ କିଟ୍ ଅଡିଟୋରିମଠାରେ ଗ୍ରାମ ପଞ୍ଚାୟତ ଗୁଡିକର ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ସମ୍ୱନ୍ଧୀୟ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି ।

କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମି ଏବଂ ଏଠାରେ ନାରୀ ନେତୃତ୍ୱକୁ ସମ୍ମାନ ଦେବେ ସହ ଗଣତନ୍ତ୍ରର ପ୍ରଚଳନ ପ୍ରାଚୀନ କାଳରୁ ହୋଇଆସୁଛି । ଏଥି ପାଇଁ ଆମେ ଗର୍ବିତ । ପଂଚାୟତିରାଜ ପ୍ରତିନିଧିଙ୍କ ନେତୃତ୍ୱ , ବିଶେଷ କରି ମହିଳା ନେତୃତ୍ୱ ତୃଣମୂଳସ୍ତରରେ ସକ୍ରିୟ ନଥିଲେ । କୋଭିଡ୍-19 ମହାମାରୀ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରିନଥାନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Gram Panchayats

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ୍ ଉଦବୋଧନ ଦେଇ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଏସଡିଜି ଲକ୍ଷ୍ୟ ହାସଲ କରିବା ପାଇଁ ପିଆରଆଇ ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । କାରଣ ସେମାନେ ସରକାରଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥାନ୍ତି । ଭାରତର ଆତ୍ମା ହେଉଛି ଗାଁ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନା ଏବଂ ଲୋତସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଆମାତ କହିଛନ୍ତି, ନବେ ଦଶକ ଆରମ୍ଭରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଓଡ଼ିଶାରେ ମହିଳାଙ୍କୁ ସଶକ୍ତିକରଣ ପାଇଁ ଯୁଗାନ୍ତରକରୀ ପଦକ୍ଷପ ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତକୁ ବୃଦ୍ଧି କରି ରାଜ୍ୟରେ ମହିଳା ସଶକ୍ତିକରଣରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛନ୍ତି । ଯାହା ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ପାଲଟିଛି ।

odisha

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବରମ କହିଛନ୍ତି, ପିଆରଆଇ ପ୍ରତିନିଧି, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ତୃଣମୂଳ ସ୍ତରରେ ଏଲଏସଡିଜିର ତିନି ପ୍ରମୁଖ ଅଂଶୀଦାର ଏବଂ ୨୦୩୦ ସୁଦ୍ଧା ଏଲଏସଡିଜିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସେମାନଙ୍କ ମଧ୍ୟରେ ପାରସ୍ପରିତ ସହଯୋଗ ଏବଂ ସମନ୍ୱୟ ଏକାନ୍ତ ଆବଶ୍ୟକ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କରାଯାଇଛି

ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଲ୍ଲେଖ କରିଥିଲେ ଯେ, ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳ ମୋଟ୍ ସରପଞ୍ଚଙ୍କ ମଧ୍ୟରୁ ୫୬ ପ୍ରତିଶତ ହେଉଛନ୍ତି ମହିଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+