ପୁରୀ-ହାୱଡା ଏକ୍ସପ୍ରେସଟ୍ରେନର 3 ଟି କମ୍ପାର୍ଟମେଣ୍ଟ ଲାଇନଚ୍ୟୁତ
ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସ ଟ୍ରେନ୍ ଓଡିଶାର ପୁରୀ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି।
ପୁରୀ: ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସ ଟ୍ରେନ୍ ଓଡିଶାର ପୁରୀ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି।

ସୂଚନା ଅନୁଯାୟୀ, ଏକ୍ସପ୍ରେସ ଟ୍ରେନ୍ ମାଳତିପାଟପୁରରୁ ପୁରକୁ ଆସୁଥିବା ବେଳେ ଏହାର ତିନୋଟି କମ୍ପାର୍ଟମେଣ୍ଟ ଲାଇନଚ୍ୟୁତ ହୋଇଥିଲା। ଭାଗ୍ୟବଶତଃ ସେହି କମ୍ପାଟମେଣ୍ଟରେ କେହି ଯାତ୍ରୀ ନଥିଲେ । ଫଳରେ ଏଥିରେ କୌଣସି କ୍ଷତି ନହେବା ସହିତ କେହି ଆହତ ହୋଇ ନାହାଁନ୍ତି ।
ଅନ୍ୟପଟେ ଏହି ଖବର ପାଇ ରେଳ ଅଧିକାରୀମାନେ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରେଳ ଲାଇନଚ୍ୟୁତ ହେବା କାରଣରୁ ପୁରୀ ଷ୍ଟେସନରୁ ଟ୍ରେନ୍ ଯିବାରେ ବିଳମ୍ବ ହୋଇଛି।












Click it and Unblock the Notifications