ବନ୍ୟା ପାଣି ଯୋଗୁଁ ବାଲେଶ୍ବରର ୩ ବ୍ଲକ୍ ପ୍ରଭାବିତ, ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ବରର ୩ ବ୍ଲକ୍ ପ୍ରଭାବିତ । ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

Balasore affected
ବସ୍ତା, ବାଲିଆପାଳ, ଭୋଗରାଇରେ ତଳିଆ ଅଞ୍ଚଳ ପ୍ରଭାବିତ' ହୋଇଥିବା ସୂଚନା । 'ରାଜଘାଟରେ ଏବେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ' । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି' । ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରଖି ପଦକ୍ଷେପ ନିଆଯାଉଛି । ଏବେ ସମୁଦ୍ରରେ ପରିସ୍ଥିତି ଅନୁକୂଳ ଥିବାରୁ ଶୀଘ୍ର ପରିସ୍ଥିତି ସୁଧୁରିବ ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଷ୍ଟିଲ ସିଟି ରାଉରକେଲା । ସହରର ତଳିଆ ଅଞ୍ଚଳ ପାନପୋଷ, ବାଲୁଘାଟ, ସର୍ଦ୍ଦାର ବସ୍ତିରେ ପାଣି ପଶିଛି। ଘର ଭିତରେ ପାଣି ପଶିଯିବାରୁ ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି ବସ୍ତିବାସିନ୍ଦା । ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡି ମାରୁଛି ବର୍ଷା ପାଣି । ଯାହାକୁ ନିଷ୍କସନ କରିବାକୁ ନାକେଦମ ହୋଇଛନ୍ତି କର୍ମଚାରୀ । ସେହିପରି ଇବ୍ ନଦୀରେ ଅଚାନକ ବନ୍ୟା ପାଣି ମାଡି ଆସିବାରୁ, ଟାପୁରେ ଫସିଯାଇଥିଲେ ଜଣେ ଯୁବକ। ଖବର ପାଇ ସେହି ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+