ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
Anugul Road Accident: ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ । NH ୫୫ ପଞ୍ଚମମହଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ଲେଖିବା ପର୍ଯ୍ୟନ୍ତ ୩ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଚି ହୋଇଛି । ଅନ୍ୟ ପଟେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ନେଇ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, NH ୫୫ ପଞ୍ଚମମହଲା ନିକଟରେ ୩ ଜଣ ଯୁବକ ବାଇକରେ ଯାଉଥିବା ସମୟରେ ପଛରୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତଙ୍କ ପରିଚୟ ମିଳି ନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଫେରାର ଟ୍ରକ ଡ୍ରାଇଭରର କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।












Click it and Unblock the Notifications