ଭୁବନେଶ୍ୱରରେ ଚୋରି ପାଇଁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଘଟଣା : ୩ ଜଣଙ୍କୁ ବାନ୍ଧିଲା ପୁଲିସ
ଭୁବନେଶ୍ୱର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତିରେ ଉଭୟଙ୍କୁ ବାନ୍ଧିଛି ପୁଲିସ। ଏ ନେଇ ପୋଲିସ କମିଶନର ସୁରେଶ ଦେବବ୍ରତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତଙ୍କ ପୂର୍ବରୁ ଅପରାଧ ରେକର୍ଡ ରହିଛି ବୋଲି ପୋଲିସ କମିଶନର କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମୈତିବହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଲୁଟ୍ ଉଦ୍ଦେଶ୍ୟରେ ଲୁଟେରାମାନେ ରବିବାର ରାତିରେ ପଶିଥିଲେ। ଏହି ସମୟରେ ଏକ ଆପାର୍ଟମେଣ୍ଟର ବାଲକୋନୀ କବାଟ ବନ୍ଦ ନ ଥିବାରୁ ଏହାର ସୁଯୋଗରେ ଲୁଟେରାମାନେ ଘରେ ପଶିଯାଇଥିଲେ। ଉକ୍ତ ଘରେ କେବଳ ମହିଳା ଓ ତାଙ୍କ ଶିଶୁକନ୍ୟା ଥିଲେ। ମହିଳାଙ୍କ ଜଣକ ଲୁଟେରାଙ୍କ ପାଟି ଶୁଣି ଉଠି ପଡିଥିଲେ।

ଲୁଟେରାମାନେ ମହିଳାଙ୍କ ବେକରେ ଛୁରୀ ଲଗାଇ ଭୟଭୀତ କରାଇଥିଲେ। ପରେ ଶିଶୁକନ୍ୟା ଉଠିଯିବାକୁ ତାକୁ ମାରି ଦେବେ ବୋଲି ଧମକ ଦେଇଥିଲେ। ଜଣେ ଦୁର୍ବୃତ୍ତ ଶିଶୁକନ୍ୟାକୁ ଉଠାଇ ତା' ବେକରେ ଭୁଜାଲି ଲଗାଇଦେଲା। ତଥାପି ଶିଶୁକନ୍ୟାଟିର କାନ୍ଦ ବନ୍ଦ ନ ହେବାରୁ ଦୁର୍ବୃତ୍ତଜଣକ ଖଟରେ ଥିବା ମହିଳାଙ୍କ ମୋବାଇଲ୍ ଖୋଲି ଶିଶୁକନ୍ୟାର ହାତରେ ଧରାଇଦେଲା। ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଲେ।
ତଥାପି ଭୟରେ ମହିଳା ସେମାନଙ୍କୁ 'ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା' ଝିଅଙ୍କୁ ଛାଡ଼ିଦିଅ' ବୋଲି କାକୁତିମିନତି ହେଲେ। କିନ୍ତୁ ଲୁଟେରାଦ୍ୱୟ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କଲେ। ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ। କିନ୍ତୁ ଘର ଭିତରୁ ଆଉ କିଛି ଗହଣା ବା ଟଙ୍କାପଇସା ପାଇନଥିଲେ। ଶେଷରେ ସେମାନେ ମହିଳାଙ୍କ ମୋବାଇଲ୍ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଯେଉଁ ବାଲ୍କୋନି ଦେଇ ପଶିଥିଲେ, ସେହିବାଟ ଦେଇ ଫେରାର୍ ହୋଇଯାଇଥିଲେ। ମହିଳା ଜଣକ ସୋମବାର ଏ ନେଇ ମୈତିବିହାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି।












Click it and Unblock the Notifications