Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ, ଦୁଇ ମାସ ମଧ୍ୟରେ ସମସ୍ତଙ୍କୁ ମିଳିବ କାର୍ଡ

ଏପ୍ରିଲ ୧୧ରୁ ଲାଗୁ ହେବ 'ଆୟୁଷ୍ମାନ' ଭାରତ । ପ୍ରତି ସଦସ୍ୟଙ୍କୁ ମିଳିବ ଗୋଟିଏ କାର୍ଡ । ୬ ବର୍ଷ ପରେ ଓଡିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଏ ନେଇ ପ୍ରେସମିଟ୍‌ ଜରିଆରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଥିଲା । ଏବେ ଦେଶରେ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ ।

ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକ ମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହେବ I

ହିତାଧିକାରୀ ମାନଙ୍କ ପାଇଁ ଇ-କେୱାଇସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । କେବଳ ପଶ୍ଚିମବଙ୍ଗରେ ଏହି ଯୋଜନା ଲାଗୁ ହେବାରେ ବିଳମ୍ବ ହୋଇପାରେ । କାରଣ ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନଥିବାରୁ ଆମେ ସେଠିକାର ହସ୍ପିଟାଲ ସହ ଯୋଗାଯୋଗରେ ଅଛୁ । ପ୍ରକାଶ ଥାଉ କି, କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

mukesh mahaling

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ରାଫିକ , ପାର୍କିଂ, ଜଳ ଯୋଗାଣ , ବିଦ୍ୟୁତ ସଂଯୋଗୀକରଣ ଦିଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୧୪୦୫ ପିଏଚ୍‌ସିରେ ଏହାର ସିଧା ପ୍ରସାରଣ କରାଯିବ। ଆସନ୍ତା ୧୧ ତାରିଖରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା ପାଇଁ ସୂଚନା ରହିଥିଲା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ବିଧିବଦ୍ଧ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+