ଆରମ୍ଭ ହେଲା ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା
ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା।
ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ସ୍ୱାଭାବିକ ହେଉଛି ଶିକ୍ଷା କ୍ଷେତ୍ର । ରାଜ୍ୟରେ ସ୍କୁଲ କଲେଜ ଖୋଲିବା ପରେ ଗୋଟିଏ ପରେ ଗୋଟିଏ ଶ୍ରେଣୀର ପାଠପଢା ଆରମ୍ଭ ହେଉଛି । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା।

ଏଥିପାଇଁ ଗତ ସୋମବାରଠୁ ଛାତ୍ରଛାତ୍ରୀ ମାନେ ଆସି ହଷ୍ଟେଲକୁ ଆସିଲେଣି। କୋଭିଡ ଗାଇଡଲାଇନକୁ କଡ଼ାକଡି ଭାବେ ପାଳନ କରି ପାଠପଢା ହେବ। ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ୟାମ୍ପସକୁ ବିଶୋଧନ ମଧ୍ୟ କରାଯାଇଛି। କଲେଜ୍ ପରିସରରେ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।
ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ସମସ୍ତ କଲେଜ ଓ ସ୍କୁଲ ବନ୍ଦ ଥିଲା । ଅନଲାଇନ ମାଧ୍ୟମରେ ପାଠପଢା ହେଉଥିବା ବେଳେ ଶିକ୍ଷାଅନୁଷ୍ଠାନ ଖୋଲିବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଡାଉଟ କ୍ଲିଅର କରିବେ ଏବଂ ବାକି ଥିବା କୋର୍ସ ଶେଷ କରାଯିବ ।












Click it and Unblock the Notifications