ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ସୋମବାର ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ସେପ୍ଟେମ୍ୱର ୨ତାରିଖ ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୩ରୁ ୬ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।
ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୦ ତାରିଖ ଅପରାହ୍ନ ୨ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ତାଙ୍କ ନୋଟିସ ବୋର୍ଡ ଏବଂ ୱେବ୍ସାଇଟରେ ପ୍ରକାଶ କରିବେ ଏବଂ ୧୧ ଓ ୧୨ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍ ବଳକା ରହିଲେ, ୱେଟିଂ ତାଲି କାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ କଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ନାମଲେଖା ପାଇଁ ଅବଗତ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।












Click it and Unblock the Notifications