ଆଜି ବିଧାନସଭା ଶୀତ ଅଧିବେଶନର 2ୟ ଦିନ, ଆଗତ ହୋଇପାରେ ୪ଟି ବିଲ
ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗତକାଲି ଅତିରିକ୍ତ ବଜେଟ ଆଗତ ହେବା ପରେ ବିଜେପି ଆଣିଥିଲା ମୁଲତବୀ ପ୍ରସ୍ତାବ ।
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗତକାଲି ଅତିରିକ୍ତ ବଜେଟ ଆଗତ ହେବା ପରେ ବିଜେପି ଆଣିଥିଲା ମୁଲତବୀ ପ୍ରସ୍ତାବ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ହୋଇଥିଲା । ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଦିବ୍ୟଶଙ୍କର ।

ତେବେ ଆଜି ପୁଣି ୪ଟି ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଆଗତ ହେବାକୁ ଥିବା ବିଲ ମଧ୍ୟରେ ରହିଛି ଓଡ଼ିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଲ, ଲୋକାଲ ଫଣ୍ଡ ଅଡିଟ୍ ସଂଶୋଧନ ବିଲ୍, ଲୋକାୟୁକ୍ତ ସଂଶୋଧନ ବିଲ ଓ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ସଂଶୋଧନ ବିଲ୍ ସାମଲି ଅଛି।
ଗତକାଲି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ୍ ପାସ୍ ହୋଇଥିଲା । ବଜେଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।












Click it and Unblock the Notifications