ଶଙ୍ଖ ଧରିଲେ ଦୈତାରୀଙ୍କ ସହ ୨୮ ବିଶିଷ୍ଟ ଯାତ୍ରା କଳାକାର
ଭୁବନେଶ୍ୱର: ସୋମବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ ଯାତ୍ରା କଳାକାର । ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ ।
ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ପ୍ରାୟ ୩ଶହ କଳାକାର ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ଏମାନଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ । ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଓଡ଼ିଶା ସଂସ୍କୃତି ଓ କଳାର ମାଟି । ନବୀନ ବାବୁଙ୍କ ନେତୃତ୍ୱ ଓ ସାଂସ୍କୃତିକ ଆଭିମୁଖ୍ୟ ଦେଖି ଏହି କଲାକାର ବିଜେଡିରେ ମିଶୁଛନ୍ତି ବୋଲି କହିଛନ୍ତି ବିଧାୟକ ଦେବୀ ମିଶ୍ର ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications