୨୯ଟି ମାଛ ବଦଳାଇ ଦେଲା ଭାଗ୍ୟ, କୋଟିପତି ହେଲେ ବ୍ୟବସାୟୀ
ରାତାରାତି ଲକ୍ଷପତି ହେଲେ ମାଛଧରାଳୀ। ଦିଘା ମୁହାଣରେ ମାଛ ଧରିବାକୁ ଯାଇଥିବା ଏହି ମାଛଧରାଳୀ ଅଭାବନୀୟ ଭାବେ ୨୯ଟି ଦୁର୍ଲଭ ଓ ଅତି ମୂଲ୍ୟବାନ 'ତେଲିଆ ଭୋଳା' ମାଛ ଧରିଛନ୍ତି। ପ୍ରତ୍ୟେକ ମାଛର ଓଜନ ୨୦ କିଲୋଗ୍ରାମରୁ ଅଧିକ ଥିବା ଏହି ମାଛଗୁଡ଼ିକ 'ନାନୀ ଗୋପାଳ' ନାମକ ଟ୍ରଲରର ଜାଲରେ ଧରାପଡ଼ିଥିଲା। ପରେ ମୁହାଣ ନିକଟସ୍ଥ ମାଛ ନିଲାମ କେନ୍ଦ୍ରରେ ଏହାକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।

ସୂଚନା ଅନୁଯାୟୀ, ତେଲିଆ ଭୋଳା ମାଛର ଔଷଧୀୟ ଗୁଣ ଯୋଗୁଁ ଏହା ଗୁରୁତର ରୋଗର ଔଷଧ ଏବଂ ସୌନ୍ଦର୍ଯ୍ୟ ପ୍ରସାଧନ ତିଆରିରେ ବ୍ୟବହୃତ ହୁଏ, ଯେଉଁଥିପାଇଁ ଏହାର ଚାହିଦା ଓ ମୂଲ୍ୟ ଅଧିକ।
ଏହି ଅଭାବନୀୟ ମୂଲ୍ୟବାନ ମାଛ ଦେଖିବାକୁ ମୁହାଣ ନିକଟସ୍ଥ ନିଲାମ କେନ୍ଦ୍ରରେ ବହୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏକ କମ୍ପାନୀ ୩୩ ଲକ୍ଷ ଟଙ୍କାରେ ଏହି ୨୯ଟି ମାଛ କିଣିଥିବା ଜଣାପଡ଼ିଛି, ଯାହା ଔଷଧ ଓ ସୌନ୍ଦର୍ଯ୍ୟ ପ୍ରସାଧନ ତିଆରି ପାଇଁ ରପ୍ତାନି ହେବ।












Click it and Unblock the Notifications