ଗ୍ରାହକଙ୍କୁ ଠକୁଛନ୍ତି ୨୮୪୬ଟି ଦୋକାନୀ, ୩୭୦ ପେଟ୍ରୋଲ ପମ୍ପରେ ଠକେଇ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି ବୋଲି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଗ୍ରାହକଙ୍କୁ ଠକୁଥିବା ଜଣାପଡିଛି ।
ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। ସେପଟେ ପେଟ୍ରୋଲ୍ ପମ୍ପରେ ମଧ୍ୟ ଜାଲିଆତି ହେଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପେଟ୍ରୋଲ ପମ୍ପରେ ହେଉଛି ଠକେଇ। ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ନିରୀହ ଲୋକଙ୍କୁ ଦୋକାନୀମାନେ ଠକୁଛନ୍ତି। ଯାହାଫଳରେ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଠକି ନେଉଛନ୍ତି ବ୍ୟବସାୟୀ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକମାନେ ବଶୀ ଠକାମୀରେ ଶିକାର ହେଉଛନ୍ତି। ଆଉ ଯେଉଁମାନେ ଜାଣିପାରି ପ୍ରତିବାଦ କରୁଛନ୍ତି, ସେମାନେ ଦୋକାନୀଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେବେଳ ଦୋକାନୀ ନୁହେଁ, ପେଟୋଲ୍ ପମ୍ପ ମାଲିକମାନେ ମଧ୍ୟ ଗ୍ରାହକଙ୍କ ଉପଜରେ ଜୁଲମ ଦେଖାଉଥିବା ଅଭିଯୋଗ ହେଉଛି।












Click it and Unblock the Notifications