ଡାଇରେକ୍ଟୋରେଟ୍ ଅଫ୍ ପବ୍ଲିକ୍ ପ୍ରସିକ୍ୟୁସନ ପାଇଁ ୨୬୭ ନୂଆ ପଦବୀ, ସୂଚନା ଦେଲା ଗୃହ ବିଭାଗ
ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥିସହ ଡାଇରେକ୍ଟୋରେଟ୍ ଅଫ୍ ପବ୍ଲିକ୍ ପ୍ରସିକ୍ୟୁସନ ପାଇଁ ୨୬୭ ନୂଆ ପଦବୀ ସୃଷ୍ଟି କରାଯିବ। ବିଏନଏସଏସ ଧାରା ୨୦ ଅନୁସାରେ ପଦବବୀ ସୃଷ୍ଟି ନେଇ ଗୃହ ବିବାଗର ସୂଚନା ରହିଛି। ଏହି ୨୬୭ଟି ପଦବୀ ମଧ୍ୟରେ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର, କ୍ଲାର୍କ, ସ୍କିଲ୍ଡ ଷ୍ଟାଫ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ପଦ ସାମିଲ ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲାରେ ପବ୍ଲିକ ପ୍ରୋସିକ୍ୟୁସନ ବିଭାଗର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ପଦବୀଗୁଡ଼ିକ ପୂରଣ ହେଲେ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନରେ ବିଳମ୍ବ ହ୍ରାସ ପାଇବ ଏବଂ ନାଗରିକମାନଙ୍କୁ ତୁରନ୍ତ ନ୍ୟାୟ ମିଳିବାରେ ସହାୟତା ମିଳିବ। ସେହିପରି ଷ୍ଟେଟ ଫୋରେନସିକ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ବାହାରିଛି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।












Click it and Unblock the Notifications